Nababharat News

ହରମନପ୍ରୀତ କୌରଙ୍କୁ ମିଳିଲା ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟକୁ ଏକ ନୂଆ ପରିଚୟ ଓ ସଫଳତାର ଶିଖରକୁ ନେଇଥିବା ଅଧିନାୟିକା ହରମନପ୍ରୀତ କୌର ସୋମବାର ଦେଶର ପ୍ରତିଷ୍ଠିତ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୦୨୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା। ଏଥିରେ କ୍ରୀଡ଼ା ଜଗତର ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହରମନପ୍ରୀତଙ୍କ ନାମ ସାମିଲ ଥିଲା। ନିଜର ଚମତ୍କାର ନେତୃତ୍ୱ, ଦମଦାର ପ୍ରଦର୍ଶନ ଏବଂ ଭାରତୀୟ ମହିଳା କ୍ରିକେଟର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ତାଙ୍କୁ ଏହି ଗୌରବ ଜନକ ପୁରସ୍କାର ମିଳିଛି।

Exit mobile version