Nababharat News

ଡିଜିସିଏ ପକ୍ଷରୁ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ: ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏୟାରବସ୍ A318, A319, A320 ଏବଂ A321 ବିମାନ ପାଇଁ ଏକ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ ପ୍ରଭାବିତ ବିମାନଗୁଡ଼ିକୁ ପରିଚାଳନା କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ଯାଞ୍ଚ ଏବଂ ପରିବର୍ତ୍ତନ କରିବାକୁ ବିମାନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।କୌଣସି ବିମାନ ଆବଶ୍ୟକୀୟ ସୁରକ୍ଷା ମାନଦଣ୍ଡ ପୂରଣ ନକରି ସେବା ଜାରି ରଖିବ ନାହିଁ ବୋଲି ଡିଜିସିଏ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇ ନିଶ୍ଚିତ କରିବାକୁ କହିଛି । ସୂଚନା ଅନୁଯାୟୀ, ପ୍ରଖର ସୌର ବିକିରଣରୁ ବିମାନର ଫ୍ଲାଇଟ୍ କଣ୍ଟ୍ରୋଲ ସିଷ୍ଟମ ପାଇଁ ଜରୁରୀ ଡାଟା ଖରାପ ହେଉଛି । ଏଥିପାଇଁ ସଫ୍ଟୱେର୍ ଅପଗ୍ରେଡର ଆବଶ୍ୟକତା ରହିଛି । ଦେଶରେ ୫୬୦ରୁ ଅଧିକ A320 ପ୍ଲେନ୍ ଉଡାଣ କରୁଛି ।ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୬ ହଜାର ବିମାନ ପ୍ରଭାବିତ ହୋଇଛି । ଏନେଇ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ପକ୍ଷରୁ ବୈଷୟିକ ପରାମର୍ଶ ଜାରି ହୋଇଛି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନଗୁଡ଼ିକୁ ସେବାରୁ ପ୍ରତ୍ୟାହାର କରିଛନ୍ତି ଏବଂ ଜରୁରୀ ସଫ୍ଟୱେର୍ ଏବଂ ହାର୍ଡୱେର୍ ଅପଗ୍ରେଡ୍ କରିବା ପାଇଁ କାର୍ଯ୍ୟସୂଚୀ ପୁନଃ ଜାରି କରିଛନ୍ତି । ଭାରତରେ ପ୍ରାୟ ୨ ଶହରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି ।

Exit mobile version