Nababharat News

ଇରାନ ଆନ୍ଦୋଳନକାରୀଙ୍କୁ ସମର୍ଥନ କଲେ ଟ୍ରମ୍ପ

ନୂଆଦିଲ୍ଲୀ:ଇରାନରେ ସରକାର ବିରୋଧୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଏକ ପୋଷ୍ଟ କରି ସେ ଇରାନବାସୀଙ୍କୁ ଆନ୍ଦୋଳନ ଜାରି ରଖିବା ସହ ସରକାରୀ ଅନୁଷ୍ଠାନଗୁଡ଼ିକୁ ନିଜ ଦଖଲକୁ ନେବାକୁ ଆହ୍ୱାନ ଦେଇଛନ୍ତି lଟ୍ରମ୍ପ ଲେଖିଛନ୍ତି, ‘ଇରାନର ଦେଶପ୍ରେମୀମାନେ ଆନ୍ଦୋଳନ ଜାରି ରଖ ନିଜର ସରକାରୀ ଅନୁଷ୍ଠାନଗୁଡ଼ିକୁ ଦଖଲ କର! ହତ୍ୟାକାରୀ ଓଅତ୍ୟାଚାରୀମାନଙ୍କ ନାମ ମନେ ରଖ ସେମାନଙ୍କୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିବ’। ଯେପର୍ଯ୍ୟନ୍ତ ନିରୀହ ଆନ୍ଦୋଳନକାରୀଙ୍କ ହତ୍ୟାକାଣ୍ଡ ବନ୍ଦ ହୋଇନାହିଁ, ମୁଁ ଇରାନୀୟ ଅଧିକାରୀଙ୍କ ସହ ସମସ୍ତ ବୈଠକ ବାତିଲ କରିଛି। ସାହାଯ୍ୟ ପହଞ୍ଚିବାକୁ ଯାଉଛି।ଟ୍ରମ୍ପ କହିଛନ୍ତି ଯେ “ସାହାଯ୍ୟ ପହଞ୍ଚିବାକୁ ଯାଉଛି”, କିନ୍ତୁ ଏହି ସାହାଯ୍ୟ କିଭଳି ହେବ ସେ ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

Exit mobile version